ଟ୍ରକ୍‌ ଉପରେ ଚଢ଼ିଗଲା ମାଲ୍‌ବାହୀ ଟ୍ରେନ୍‌, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଡ୍ରାଇଭର

ପାରାଦୀପ: ଟ୍ରକ୍‌ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ୍‌, ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଉପରେୁ ଡେଉଁପଡ଼ିଥିଲେ ଡ୍ରାଇଭର। ଟ୍ରେନ୍‌ଟି ଟ୍ରକ୍‌ଟିକୁ କିଛି ବାଟ ଘୋଷାଡ଼ି ନେଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଆଜି ଗୋଟିଏ ମାଲବାହୀ ଟ୍ରେନ୍ ଏକ ଟ୍ରକ୍ ଉପରେ ଚଢି ଯାଇଚି। ବନ୍ଦର ଏକ ନମ୍ବର ଫାଟକ ମଧ୍ୟରେ ଥିବା ଜେଏସ୍‌ଡବ୍ଲ୍ୟୁ ସାଇଡରେ ଏହି ଘଟଣା ଘଟିଛି। ବନ୍ଦର ମଧ୍ୟରେ ଏଭଳି ଏକ ଦୁର୍ଘଟଣା ଘଟି ଯାଇଥିବାରୁ ଏହାକୁ ନେଇ ସେଠାରେ ଏବେ ହଇଚଇ ମଚି ଯାଇଚି। ମାଲବାହୀ ଟ୍ରେନଟି ପଛେଇ ଆସୁଥିବା ସମୟରେ ୨୯ଏ ୭୯୨୮ ନମ୍ବର ଟ୍ରକ୍ ଉପରେ ଚଢି ଯାଇଥିଲା। ଫଳରେ ଟ୍ରେନଟି କିଛି ବାଟ ପର୍ଯ୍ୟନ୍ତ ଟ୍ରକକୁ ଘୋଷାଡ଼ି ନେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗାଡିରୁ ଡେଇଁ ପଡି ଜୀବନ ବଞ୍ଚାଇଥିଲେ। ଏଥିରେ କେହି ଆହତ ହୋଇ ନଥିବା ସୂଚନା ଦିଆଯାଇଛି।

Comments are closed.