କାର୍ଗୋ ପରିଚାଳନା କ୍ଷେତ୍ରରେ ପାରାଦୀପ ପୋର୍ଟ ଟ୍ରଷ୍ଟ ୧ ନମ୍ବର

କରୋନା ମହାମାରୀ ସତ୍ୱେ ଚଳିତ ଆର୍ଥିକ ବର୍ଷରେ ପାରାଦୀପ ପୋର୍ଟ ଟ୍ରଷ୍ଟ ସାରା ଦେଶରେ ନିଜର କାର୍ଯ୍ୟ ଦକ୍ଷତା ପ୍ରମାଣ ସ୍ୱରୂପ ୧ ନମ୍ବର ମାନ୍ୟତା ପାଇବାକୁ ସକ୍ଷମ ହୋଇଛି। ୨୦୨୦ ଏପ୍ରିଲରୁ ଜୁନ୍ ମଧ୍ୟରେ ପାରାଦୀପ ବନ୍ଦର ୨୫.୭୩ ନିୟୁତ ମେଟ୍ରିକ୍ ଟନ୍ କାର୍ଗୋ ପରିଚାଳନା କରିଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଆକଳନ ଅନୁଯାୟୀ ପାରାଦୀପ ବନ୍ଦର ୨୦୨୦ ଏପ୍ରିଲରୁ ଜୁନ୍ ମଧ୍ୟରେ ସର୍ବାଧିକ ଟ୍ରାଫିକ୍ ସହିତ ଦେଶରେ କାର୍ଗୋ ପରିଚାଳନା କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ଏହି ସଫଳତା ପାଇଁ ବନ୍ଦର କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟ ଶାସନ ସଚିବ ଏ ନେଇ ଟ୍ୱିଟ କରିଛନ୍ତି ଯେ ମହାନଦୀ ଉପରେ ରୀଭେରାଇନ ପୋର୍ଟ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପିପିଟିକୁ ଅନୁମତି ଦେଇଥିଲେ।

Comments are closed.