ବାତ୍ୟା ଅମ୍ପନ୍ ପ୍ରଭାବରେ ପାରାଦୀପରେ ବର୍ଷା ପବନ ଆରମ୍ଭ

ସମାଜ ପୋର୍ଟାଲ ଡେସ୍କ: ବାତ୍ୟା ଅମ୍ପନ୍ ପ୍ରଭାବରେ ପାରାଦୀପରେ ବର୍ଷା ପବନ ଆରମ୍ଭ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ଏବେ ସେଠାରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହୁଛି। ପାରାଦୀପ ଅଞ୍ଚଳରେ ୭୫.୩ ମିମି ବର୍ଷା ରେକର୍ଡ କରାଯାଇଛି। ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ଜିଲ୍ଲାର ୯ହଜାର ୭୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେମାନଙ୍କ ବାଲିକୁଦାର ୫୫୦ ଜଣ ଲୋକଙ୍କୁ ୧୫ ଟି ଆଶ୍ରୟସ୍ଥଳୀରେ, ଏରସମାର ୨ହଜାର ୫୦୧ ଜଣ ଲୋକଙ୍କୁ ୩୪ଟି ଆଶ୍ରୟସ୍ଥଳୀରେ,କୁଜଙ୍ଗର ୨ହଜାର ୩୩୮ ଜଣ ଲୋକଙ୍କୁ ୩୩ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।

ସେହିପରି ପାରାଦୀପରେ ୨୦ଟି ଆଶ୍ରୟସ୍ଥଳୀରେ ୩ହଜାର ୪୯୮ ଜଣ ଓ ତିର୍ତ୍ତୋଲର ୧୦ଟି ଆଶ୍ରୟସ୍ଥଳୀରେ ୧୮୯ଜଣଙ୍କୁ ରଖାଯାଇଛି।

Comments are closed.