ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ ମ୍ୟାନଜରଙ୍କ ଠାରୁ ୧ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟିନେଲେ ୩ ଦୁବୃତ୍ତ

ପାରାଦ୍ବୀପ : ଭୁଜାଲି ଦେଖାଇ ପେଟୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଲକ୍ଷେ ଟଙ୍କାର ସହ ୩୦ ଲକ୍ଷ ଟଙ୍କାର ଚେକ ଲୁଟିନେଇଛନ୍ତି ଦୁବୃତ୍ତ। ଏପରି ଏକ ଘଟଣା ଘଟିଛି ପାରାଦ୍ବୀପ କୁମ୍ଭୀର ପାର୍କ ନିକଟରେ । ସୂଚନା ଅନୁସାରେ ପାରାଦ୍ବୀପ କୁମ୍ଭୀର ପାର୍କ ନିକଟରୁ ସୋମବାର ଜଣେ ପେଟ୍ରୋଲ ପମ୍ପ ମ୍ୟାନେଜର ଅକ୍ଷୟ ପାଣି ପି.ପି.ଏଲ ଛକରୁ ଉକ୍ତ ଟଙ୍କା ଓ ଚେକ୍ ନେଇ ବ୍ୟାଙ୍କ୍ କୁ ଯାଉଥିବା ବେଳେ ଘଟିଛି ଏଭଳି ଘଟଣା। କୁମ୍ଭୀର ପାର୍କ ନିକଟରେ ୩ ଜଣ ଯୁବକ ତାଙ୍କୁ ଅଟକାଇବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ମ୍ୟାନେଜର ଚଳାଉଥିବା ସ୍କୁଟି ଗାଡିକୁ ରଖିବା ମାତ୍ରକେ ଉକ୍ତ ତିନି ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କ ବେକରେ ଭୁଜାଲି ଲଗାଇ ଧମକାଇ ଥିଲେ ଏବଂ ଅନ୍ୟ ଜଣେ ଯୁବକ ତାଙ୍କର ସ୍କୁଟିରୁ ଚାବି ନେଇଁ ଡିକି ଖୋଲିବା ସହିତ ଟଙ୍କା, ଚେକ୍ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଯାଇଥିଲେ। ସେମାନେ ସେଠାରୁ ଲୁଟ୍ କରିବା ପରେ ଅଠରବାଙ୍କି ଆଡକୁ ପଳାଇଥିବା ମ୍ୟାନେଜର ଅକ୍ଷୟ ପାଣି ଏଲାରେ ଦର୍ଶାଇଛନ୍ତି। ତେବେ ଖବର ପାଇବା ପରେ ପାରାଦୀପ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଆଇ ଆଇ ସି ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି।

Comments are closed.