ଟ୍ରକ ଧକ୍କାରେ ଜଣେ ମୃତ ; ଜଣେ ଗୁରୁତର

0

ପାରାଦ୍ବୀପ : ପାରାଦ୍ବୀପ ଟର୍ମିନାଲ ରୋଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦଶରଥ ସିଂ ଓ ଗୁରୁତର ସୋନୁ ଯାଦବଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଘର ବିହାରର ପାଟନା ବୋଲି ଜଣାପଡିଛି। ଉଭୟ ଇଫକୋ ସାରକାରଖାନାରେ ନିୟମିତ କର୍ମଚାରୀ । କୌଣସି କାର୍ୟ୍ୟରେ ସେମାନେ ଏକ ମୋଟର ସାଇକେଲରେ ଇଫକୋ ଛକରୁ ପାରାଦ୍ବୀପ ଯାଉଥିବା ସମୟରେ ପଛପଟୁ ଏକ ଟ୍ୟାଙ୍କର ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦଶରଥ ସିଂ ଙ୍କର ମୃତ୍ୟୁ ଘଟିଥିବା ବେଳେ ସୋନୁ ଯାଦବ ଗୁରୁତର ହୋଇଥିଲେ। ଟ୍ରକ୍ ଟି ଦଶରଥଙ୍କ ମୁଣ୍ଡ ଉପରେ ଚଢିଥିବା ବେଳେ ସୋନୁଙ୍କ ଗୋଟିଏ ପଟ ହାତ ଉପରେ ଚଢିଯାଇଛି। ଘଟଣାସ୍ଥଳରେ ପାରାଦ୍ବୀପ ପୋଲିସ ପହଞ୍ଚି ଟ୍ୟାଙ୍କରକୁ ଜବତ କରିବା ସହିତ ମୃତ ଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Leave A Reply