ବନ୍ଦର ପ୍ରଶାସନ ପକ୍ଷରୁ ବୋଇତବନ୍ଦାଣ ଉତ୍ସବ

0

ପାରାଦ୍ୱୀପ : ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ଆଜି ବୋଇତବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପାରାଦ୍ୱୀପ ବନ୍ଦର ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଯୋଗଦେଇ ବନ୍ଦରର ସଫଳତା ସଂପର୍କରେ କହିବା ସହ ଓଡ଼ିଆ ଜାତିର ମହାନ ପରଂପରାକୁ ସ୍ମରଣ କରିଥିଲେ।
ବନ୍ଦର ଅଧ୍ୟକ୍ଷ ଶ୍ରୀ ରୟ କହିଥିଲେ, କେବଳ ୧୦୦ମିିଲିୟନ ମେଟ୍ରିକ୍‍ଟନ କାର୍ଗୋ କାରବାର ନୁହେଁ କିମ୍ବା ଲଗାତାର ସର୍ବଭାରତୀୟ ସ୍ତରରେ ୨ୟ ମେଜର ପୋର୍ଟ ସ୍ଥାନ ବଜାୟ ରଖିବା ନୁହେଁ ବରଂ କଳିଙ୍ଗ ଜାତିର ଐତିହ୍ୟ ଓ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେଇ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦର ପ୍ରଶାସନ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଳନ କରୁଛି। ୨୪ଘଣ୍ଟାରେ ୨୭ଟି ଜାହାଜ ଚଳାଚଳ କରାଇ ପାରିଥିବାରୁ ବନ୍ଦର କର୍ମଚାରୀ ଓ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଦେବା ସହ କାର୍ଗୋ ହ୍ୟାଣ୍ଡଲିଂରେ ବନ୍ଦର ଆହୁରି ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଏବେ ନୂତନ ପଦ୍ଧତିରେ ଆଙ୍କରଜ ପଏଣ୍ଟରୁ ଜାହାଜରୁ ତେଲ କଢାଯିବା ଘଟଣା ସଂପର୍କରେ ସେ ଅବତାରଣା କରିବାସହ ୨ନଂ ନୁହେଁ ଆଗାମୀ ଆର୍ôଥକ ବର୍ଷରେ ସର୍ବଭାରତୀୟ ମେଜର ପୋର୍ଟ ମାନଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦର ୧ନଂ ବନ୍ଦର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ବନ୍ଦର ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା, ପ୍ରକଳ୍ପ ପାଇଁ ସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ବିନା ଡଷ୍ଟରେ ରେଲୱେ ୱାଗନରୁ ଅନଲୋଡିଂ, ମତ୍ସ୍ୟଜୀବୀଙ୍କ ସ୍ୱାର୍ଥପାଇଁ ମହାନଦୀ ମୁହାଁଣ ଖୋଳା ସଂପର୍କରେ ଅଧ୍ୟକ୍ଷ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ବନ୍ଦରର ଅର୍ଥ ପରାମର୍ଶ ଦାତା ଏସ୍‍.କେ ସାହୁ, ମୁଖ୍ୟଯନ୍ତ୍ରୀ ରାମଚନ୍ଦ୍ର ରାୟ ମଧ୍ୟ ଯୋଗ ଦେଇଥିଲେ।
ସକାଳବେଳା ଅଧ୍ୟକ୍ଷ୍ୟ ଶ୍ରୀ ରୟ ସହ ଧର୍ମିଣୀଙ୍କ ସହ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପହଞ୍ଚି ବନ୍ଦର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କରିବା ସହ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିଲେ। ବନ୍ଦରର ଶୁଭ ମନାସିବା ସହ ବନ୍ଦରର ବ୍ୟବସାୟ ଅଭିବୃଦ୍ଧି କାମନା କରି ସପତ୍ନୀଙ୍କ ହୋମ ଜଜ୍ଞରେ ବସିବା ସହ ୭ସାଧବକୁ ସୁସଜ୍ଜୀତ ଧାନ ଧାନ୍ୟ ଭରା କଳସୀ ପ୍ରଦାନ କରିଥିଲେ। ସାତ ସାଧବାଣୀଙ୍କ ବନ୍ଦାପନା ପରେ ଏକ ସୁସଜ୍ଜିତ ବୋଇତରେ ସାଧବପୁଅ ମାନେ ଦୂର ଦେଶକୁ ବାଣିଜ୍ୟ କରିବା ଉଦେଶ୍ୟରେ ପରମ୍ପରାକୁ ବଜାୟ ରଖିବା ପାଇଁ ସମୁଦ୍ର ଭିତରକୁ ଯାତ୍ରା କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ।

Leave A Reply