ତୃତୀୟ ଦିନରେ ପହଞ୍ଚିଲା ଷ୍ଟିଭେଡରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

0

ପାରାଦୀପ: ପାରାଦୀପ ବନ୍ଦର ମଧ୍ୟରେ ଚାଲିଥିବା ଲୋଡର ଅପରେଟର ଓ ହେଲପର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନ ଫଳରେ ପାରାଦୀପ ବନ୍ଦରର ପଣ୍ୟ କାରବାର କେତେକାଂଶରେ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ବୁଧବାର ରାତି ଠାରୁ କେତେକ ଷ୍ଟିଭେଡୋରିଙ୍ଗ୍ ସଂସ୍ଥା ପ୍ରାୟ ଛଅଶହରୁ ଉର୍ଦ୍ଧ୍ବ ଶ୍ରମିକ ମାନଙ୍କୁ ବନ୍ଦର ନିଷିଦ୍ଧାଞ୍ଚଳ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ତେଣୁ ଶ୍ରମିକମାନେ ବନ୍ଦର ତିନି ନମ୍ବର ଫାଟକ ସମ୍ମୁଖରେ ଏକତ୍ରିତ ହୋଇଛନ୍ତି। ତେବେ ବନ୍ଦର ପ୍ରଶାସନ , ଠିକାଶ୍ରମିକ ଓ ଷ୍ଟିଭେଡୋରିଙ୍ଗ୍ ସଂସ୍ଥା ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ହେବାର ସମ୍ଭାବନା ରହିଛି।

Leave A Reply