ପାରାଦୀପ ଥାନାର ଜଣେ ଏସ ଆଇ କରୋନା ପଜିଟିଭ

ପାରାଦୀପ : ପାରାଦୀପ ଥାନାର ଜଣେ ପୋଲିସ ଏସ ଆଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ପାରାଦୀପ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥାନା ସାନିଟାଇଜ କରାଯାଇଛି। ଥାନାର ଅନ୍ୟ ୫ ଜଣଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି। ୫ ଦିନ ପରେ ସେମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଏ ନେଇ ସୂଚନା ମିଳିଥିବା ବେଳେ ପାରାଦୀପ କୋଭିଡ ହସ୍ପିଟାଲରେ ଏବେ ସୁଦ୍ଧା ୬୫ ପଜିଟିଭ ଚିକିତ୍ସିତ ହେଉଛନ୍ତି। ସମ୍ପୃକ୍ତ ଏସ ଆଇ ଜଣକ ଗଞ୍ଜାମ ଫେରନ୍ତା ବୋଲି ଜଣାପଡିଛି।

Comments are closed.