ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ଟୁରିଷ୍ଟ ବୋଟ୍ ରେ ଅଗ୍ନିକାଣ୍ଡ

ପାରାଦ୍ଵୀପ : ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ଟୁରିଷ୍ଟ ବୋଟ୍ ଜଳି ପାଉଁଶ ହୋଇଯାଇଛି। ଗତ କିଛିଦିନ ହେଲା କରୋନା ଯୋଗୁଁ ଏହି ବୋଟ କୁ ମାଛଧରା ବନ୍ଦରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ କେହି ଦୂର୍ବୁତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ନେହେରୁବଙ୍ଗଳା ମହାନଦୀ ମୁହାଣ ନିକଟକୁ ଆସୁଥିବା ପର୍ଯ୍ୟଟକମାନେ ଏହି ବୋଟ ରେ ମୁହାଣରେ ବୁଲିବାର ସୁବିଧା ପାଇଥାନ୍ତି। କରୋନା ଯୋଗୁଁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇ ଯାଇଥିବାରୁ ବୋଟକୁ ମାଛଧରା ବନ୍ଦର ରେ ରଖାଯାଇଥିଲା। ସକାଳୁ ଏହା ଜଳୁଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମେରାଇନ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ , ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡ଼ିନାହିଁ।

Comments are closed.