ବାଇକରୁ ଖସି ଜଣେ ମୃତ

ପାରାଦୀପ: ଜଗତସିଂହପୁର ଜିଲା ପାରାଦୀପ ଅଠରବାଙ୍କି ଟର୍ମିନାଲ ଛକରେ ଶନିବାର ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାରାଦ୍ବୀପ ବାଲିଝରା ବସ୍ତିର ଲକ୍ଷ୍ମଣ ଟୁଡୁ (୪୫)। ଆଜି ସକାଳେ ସେ ବଡପଡିଆ ମାର୍କେଟର ଏକ ବ୍ୟାଙ୍କ ଯାଇଥିଲେ। ସେଠାରୁ ସେ ଜଣଙ୍କ ବାଇକ ପଛରେ ବସି ବାଲିଝରା ଘରକୁ ଫେରୁଥିଲେ। ଅଠରବାଙ୍କି ଟର୍ମିନାଲ ନିକଟରେ ଥିବା ଏକ ଖାଲ ନିକଟରେ ବାଇକ ଚାଳକ ବ୍ରେକ୍ ମାରିବାରୁ ପଛରେ ବସିଥିବା ଲକ୍ଷ୍ମଣ ଟୁଡୁ ବାଇକରୁ ଖସିପଡିଥିଲେ। ଫଳରେ ପଛରେ ଥିବା ଏକ ୧୨ ଚକିଆ ଟ୍ରକ୍ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ହିଁ ଲକ୍ଷ୍ମଣ ଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପାରାଦୀପ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ଲକ୍ଷ୍ମଣଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଅଧିକ ତଦନ୍ତ କରୁଛି। ତେବେ ଲକ୍ଷ୍ମଣ ଯେଉଁ ବାଇକ ପଛରେ ବସିଥିଲେ ଉକ୍ତ ବାଇକ୍ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରୁ ବାଇକ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Comments are closed.