ପାରଦୀପରେ ଆରମ୍ଭହେଲା କୋଭିଡ-୧୯ ହସ୍ପିଟାଲ

ପରାଦୀପ : ଜଗତସିଂହପୁର ଜିଲାର ପାରାଦୀପଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ସମୟରେ ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାୟ ,ପାରାଦୀପ ଏଡିଏମ ଡକ୍ଟର କାହ୍ନୁ ଚରଣ ଧୀର ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ପଣ୍ଡା ଉପସ୍ଥିତଥିଲେ। ଏହି କୋଭିଡ ହସ୍ପିଟାଲରେ ୭୦ଟି ସାଧାରଣ ଶଯ୍ୟା ଓ ୫ଟି ଆଇସିୟୁ ଶଯ୍ୟା ଉପଲବ୍ଧ ରହିଛି। ଏହି ସ୍ବଳ୍ପ ସମୟ ଭିତରେ ପାରାଦୀପ ପୋର୍ଟ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋର୍ଟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି ।

Comments are closed.