ଛାତରୁ ପଡି କମ୍ପାନୀ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ : ଛାତ ଉପରୁ ତଳକୁ ଖସିପଡି ଜଣେ କମ୍ପାନୀ କର୍ମଚାରୀର ମୄତ୍ୟ ହୋଇଥିବା ଜଣାପଡିଛି । ମୄତକ କର୍ମଚାରୀଙ୍କ ପରିଚୟ ମୋହନ ଭାଗୋଜୀ ମାଡିକ(୪୫)।  ଘର ମହାରାଷ୍ଟ୍ର ମୁମ୍ବାଇରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ମୋହନ ପାରାଦୀପ ତୈଳବିଶୋଧନାଗାର ଅଧିନରେ କର୍ଯ୍ୟରତ ସାଇକନ୍ ଇଣ୍ଟରନ୍ୟାସନଲ ଲିମିଟେଡ଼ କମ୍ପାନୀରେ କର୍ମଚାରୀ ଭାବେ ଦିର୍ଘଦିନ ହେବ କାମ କରି ଆସୁଥିଲେ। ପାରାଦୀପ ସ୍ଥିତ ଇଫକୋଛକ ନିକଟରେ ଥିବା ଶ୍ରୀ ରେସିଡେନ୍ସି ହୋଟେଲରେ ଏହି କମ୍ପାନୀ କର୍ମଚାରୀ ମାନେ ରହୁଥିବା ବେଳେ କୌଣସି କାରଣରୁ ମଙ୍ଗଳବାର ସକାଳୁ ମୋହନ ଛାତ ଉପରୁ ତଳକୁ ଖସି ପଡିଥିଲେ। ତେବେ ପ୍ରଥମେ ହୋଟେଲରେ ଥିବା କର୍ମଚାରୀ ଦେଖିବା ପରେ କମ୍ପାନୀ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ଅଠରବାଙ୍କି ମେଡ଼ିକାଲ ନିଆଯାଉଥିଲା। ହେଲେ ଡାକ୍ତର ତାଙ୍କୁ ମୄତ୍ୟୁ ଘୋଷଣା କରିଥିଲେ। ତେବେ ଏହା ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି ଘଟଣା ହୋଇଥିବା ନେଇ ପାରାଦୀପ ଆଦର୍ଶ ଥାନା ତଦନ୍ତ ଆରମ୍ଭ କରିଛି।

ଏ ସଂକ୍ରାନ୍ତରେ ଅନ୍ୟ କର୍ମଚାରୀଙ୍କ ସୂଚନା ମୁତାବକ , ହୋଟେଲ ରୁମରେ  ସମସ୍ତ କର୍ମଚାରୀ ମାନେ ଶୋଇଥିବା ସମୟରେ ସକାଳ ଏହି ଘଟଣା ଘଟିଛି ।  ସେ ଗତ ଫେବୃଆରୀ ମାସ ଠାରୁ ହୋଟେଲରେ ରହି ଆସୁଥିଲେ।

Comments are closed.