ପାରାଦୀପ ମୁହାଣରେ ଫସିଲା ମାଛ ଧରା ଟ୍ରଲର

ପାରାଦୀପ: ପାରାଦୀପ ମୁହାଣ ମୁହଁରେ ପୁଣି ଶୁକ୍ରବାର ଏକ ମାଛ ଧରା ଟ୍ରଲର ଫସିଛି। ଡଲଫିନ୍ ନାମକ ଏକ ମାଛ ଧରା ଟ୍ରଲର ମାଛ ଧରି କୂଳକୁ ଫେରୁଥିବା ବେଳେ ହଠାତ୍ ମୁହାଣ ମୁହଁରେ ବାଲି ଲାଗି ଯିବାରୁ ଅଟକି ରହିଥିବା ଦେଖିବାକୁ ମିଳିଛି । ଏହି ଟ୍ରଲରରେ ଥିବା ମୋଟ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଧାର ପାଇଁ ସାଥୀ ଟ୍ରଲର ମାନେ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଗତ ସପ୍ତାହକ ତଳେ ଆଉ ଏକ ଟ୍ରଲର ଏହି ଭଲି ପୂର୍ବରୁ ଫସି ରହିଥିଲା ଓ ପରବର୍ତ୍ତୀ ଅବସ୍ତାରେ ତାକୁ ଉଦ୍ଦାର କରାଯାଇଥିଲା। ଗତ କିଛି ଦିନ ତଳେ ମୁହାଣ ମୁହଁ ଖୋଲା ସାରିଥିବା ବନ୍ଦର କର୍ତ୍ତୁପକ୍ଷ କହିଥିବା ବେଳେ ଏଭଳି ବାରମ୍ବାର ଘଟିବା ଯୋଗୁ ଖୋଳା କାର୍ଯ୍ୟକୁ ନେଇ ମତ୍ସ୍ୟଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି।