ଚିନରୁ ଆସିଥିବା ଜାହଜକୁ ପାରାଦୀପ ବନ୍ଦରରେ ୧୪ ଦିନର ଯାଞ୍ଚପରେ ବର୍ଥିଙ୍ଗ ପାଇଁ ଅନୁମତି

ପାରାଦୀପ : କରୋନା ଭାଇରସ୍ ଦିନକୁ ଦିନ ମହାମାରୀର ରୂପ ଧାରଣ କରୁଛି। ସାରା ବିଶ୍ବ ଏହାକୁ ନେଇ ଆତଙ୍କିତ। ଏହି ଭାଇରସକୁ ନେଇ ଭାରତର ୨ୟ ବୃହତ୍ତମ ଆନ୍ତର୍ଜାତିକ ବନ୍ଦର ପାରାଦୀପରେ ଏବେ ହାଇ ଆଲାର୍ଟ ଜାରି କରାଯାଇଛି। କରୋନା ଭାଇରସ୍ ସଂକ୍ରମିତ ଦେଶରୁ ଆସିଥିବା ଜାହାଜ ଗୁଡିକୁ ଆଙ୍କରେଜ ଏରିଆ ବାହାରେ ରଖାଯିବା ସହିତ ସେମାନଙ୍କ ୧୪ ଦିନ ପର୍ଯ୍ୟନ୍ତ ଦୈନିକ ସ୍ବାସ୍ଥ୍ୟ ରିପୋର୍ଟକୁ ତର୍ଜମା କରାଯାଉଛି। ଏହା ପରେ ସେମାନଙ୍କୁ ବନ୍ଦରର ବର୍ଥରେ ପ୍ରବେଶ କରିବା ପାଇଁ ଅନୁମତି  ଦିଆଯାଉଛି ।

ଗତ ଜାନୁୟାରୀ ୨୦ ତାରିଖରେ ଚୀନର ଜେହଙ୍ଗଜିୟାଙ୍ଗ ବନ୍ଦରରୁ ଆସିଥିବା ଏକ ଜାହାଜ ଚେମରୋଏଡ ଲିଲିକୁ ୧୪ ଦିନ ଧରି ଆଙ୍କରେଜ ବାହାରେ ଅବଜରଭରରେ ରଖିବା ପରେ ବର୍ଥିଙ୍ଗ ପାଇଁ ପାରାଦୀପ ବନ୍ଦର ଅନୁମତି ପ୍ରଦାନ କରିଛି । ଏହି ଜାହାଜ ବନ୍ଦରର ଇଫକୋ ବର୍ଥରେ ଲାଗିଛି। ୧୪ ଦିନ ଧରି ଏଥିରେ ଥିବା ୨୫ ଜଣ କର୍ମଚାରୀଙ୍କ ଦୈନିକ ସ୍ବାସ୍ଥ୍ୟ ରିପୋର୍ଟ ବନ୍ଦର ଚିକିତ୍ସାଧିକାରୀ ଅନୁଧ୍ୟାନ କରିବା ପରେ ଜାହାଜକୁ ବର୍ଥିଙ୍ଗ ପାଇଁ ଅନୁମତି ଦିଆଯାଇଛି। ବର୍ଥିଙ୍ଗ ପୂର୍ବରୁ ଉକ୍ତ କର୍ମଚାରୀ ମାନଙ୍କୁ ସ୍କାନର ମେସିନ୍ ଦ୍ବାରା ଯାଞ୍ଚ୍ କରାଯାଇଥିବା ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ପଣ୍ଡା ସୂଚନା ଦେଇଛନ୍ତି। ହେଲେ ସେମାନଙ୍କୁ ଜାହାଜରୁ ତଳକୁନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି

Comments are closed.