ପରେଡ୍‌ରେ ଅଂଶ ଗ୍ରହଣ କରିବେନି ଛାତ୍ରଛାତ୍ରୀ, ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି

0

ଭୁବନେଶ୍ୱର/କଟକ: ସ୍ୱାଧୀନତା ଦିବସରେ ଅନୁଷ୍ଠିତ ହେବାକୁ ଥିବା  ରାଜ୍ୟ ସ୍ତରୀୟ, ସମସ୍ତ ଜିଲା ସ୍ତରୀୟ ଓ ଉପଖଣ୍ଡୀୟ ପରେଡରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ ନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଛାତ୍ରା ଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି   ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କେବଳ ପୁଲିସ ଓ  ଅର୍ଦ୍ଧ ସାମରିକବଳର ଯବାନମାନେ ଏଥିରେ ଅଂଶଗ୍ରହଣ କରିବେ । ଅତିଥିମାନଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବା ପାଇଁ ଏଥିରେ ନିର୍ଦେଶ ଦିଆଯାଇଛି ।

Leave A Reply