ଜନରାଜ୍ୟ ଦିବସ ପ୍ୟାରେଡ : ରାଜପଥରେ ବିଭିନ୍ନତା ମଧ୍ୟରେ ଏକତାର ପ୍ରଦର୍ଶନ

0

ନୂଆଦିଲ୍ଲୀ : ବ୍ରିଟିଶ ଶାସନ କବଳରୁ ଭାରତ ମୁକ୍ତ ହେବାର ୨ବର୍ଷ, ୧୧ମାସ, ୧୮ଦିନ ଧରି ପ୍ରସ୍ତୁତ କରାଯିବା ପରେ ଭାରତର ସ୍ୱମିଧାନ ପ୍ରଣୟନ କରାଯାଇଥିଲା।  ଜାନୁଆରୀ ୨୬, ୧୯୫୦ରେ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଭାରତରେ କାର୍ଯ୍ୟକାରି କରାଯାଇଥିଲା। ସେହି ଦିନଟିକୁ ଦେଶରେ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜପଥ ଠାରେ ଧୂମଧାମରେ ଭାରତୀୟ ସାମରିକ ଶକ୍ତି ଓ ସାଂସ୍କୃତିକ ଏକତାର ପଦର୍ଶନ କରାଯାଇଥାଏ।  ଏହି ପ୍ୟାରେଡ ସମାରୋହକୁ ପ୍ରତିବର୍ଷ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ। ରାଜପଥରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି। ଦେଶରେ ଥିବା ବିଭିନ୍ନ ସାମରିକ ଶକ୍ତି ପଦର୍ଶନ କରାଯିବା ସହ ସେନାବାହୀନିଙ୍କ ଦୁଃସାହସିକ କୌଶଳ ପଦର୍ଶନ କରିଥାଏ।  ସ୍ଥଳସେନାର ସୈନିକ ମାନେ ବାଇକ କିମ୍ବା ଗାଡିରେ ବିଭିନ୍ନ ଦୁଃସାହାସିକ କୌଶଳ ଦେଖାଇଥାନ୍ତି। ସେହିପରି ବାୟୁସେନାର ଯବାନ ମାନେ ବିଭିନ୍ନ ଜେଟ ଓ ରକେଟ  ସାହାଯ୍ୟରେ ଜାତୀୟ ପତାକା ରଙ୍ଗକୁ ଆକାଶରେ ବିଚ୍ଛୁରିତ କରିଥାନ୍ତି। ଏହାବ୍ୟତୀତ ଏହି ପ୍ୟାରେଡରେ ସ୍ଥଳ ସେନା, ଜଳ ସେନା, ବାୟୁ ସେନା, ବିଏସଏଫ୍‍, ସିଆରପିଏଫ୍‍, ସିଆଇଏସ୍‍ଏଫ୍‍ ଏବଂ ଦିଲ୍ଲୀ ପୁଲିସ ଭଳି ଅର୍ଦ୍ଧସାମରିକ ବାହିନୀ ଯୋଗ ଦେଇଥାନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ପ୍ୟାରେଡରେ ଆସାମ ରାଇଫଲର ମହିଳା ଯବାନ ପ୍ୟାରେଡରେ ସାମିଲ ହେବେ।

ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ୧୭ଟି ପ୍ରଜ୍ଞାପନ ମେଢ ସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ତରଫରୁ ୬ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଛନ୍ତି। ଏହି ପ୍ୟାରେଡକୁ ଦେଖିବା ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକ ଛୁଟି ଆସିଥାନ୍ତି।  ଦିଲ୍ଲୀରେ ଆୟୋଜିତ ହେଉଥିବା ଏହି ପ୍ୟାରେଡକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ସବୁସମୟରେ ପ୍ରୟାସ କରାଯାଇଥାଏ

ଆଲେଖ୍ୟ – ହିମାଂଶୁ ସାମଲ

Leave A Reply