ପାରାଚ୍ୟୁଟ ନ ଖୋଲିବାରୁ ୬ହଜାର ଫୁଟ୍‌ରୁ ଖସି ଗରୁଡ କମାଣ୍ଡୋଙ୍କର ମୃତ୍ୟୁ

0

ଆଗ୍ରା ..-  ଉତ୍ତରପ୍ରଦେଶର ଆଗ୍ରାରେ  ପ୍ରଶିକ୍ଷଣ ସମୟରେ ପାରାଚ୍ୟୁଟ ନଖୋଲିବାରୁ ଜଣେ ଗରୁଡ କମାଣ୍ଡୋଙ୍କର ମୃତ୍ୟୁ ହୋଇଛି ।  ଅମିତ୍‌ କୁମାରଙ୍କ ବାୟୁସେନାର ଗରୁଡ କମାଣ୍ଡୋ ପ୍ରଶିକ୍ଷଣ ଦିଆଯାଉଥିଲା । ପ୍ରଶିକ୍ଷଣ ସମୟରେ ସେ ଏଏନ୍‌-୩୨ ବିମାନରୁ ତଳକୁ ଡେଇଁଥିଲେ । ପ୍ରାୟ ୬ହଜାର ଫୁଟ ଉପରେ ତାଙ୍କର ଆକାଶଛତା ବା ପାରାଚ୍ୟୁଟ ଖୋଲି ନଥିଲା ।

ଏହିକାରଣରୁ ସେ ତଳେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଦୁଇମାସ ଧରି ଏହି ପ୍ରଶିକ୍ଷଣ ଦିଆଯାଇଥାଏ । ସୂଚନା ଅନୁସାରେ ଅମିତ କୁମାରଙ୍କର ଏହା ୨୯ ତମ ଲମ୍ଫ ଥିଲା ।

Leave A Reply