ଦୁବାଇ ପାରା ବ୍ୟାଡମିଣ୍ଟନ : ସିଙ୍ଗଲ୍‌ସ, ଡବଲ୍‌ସରେ ସ୍ବର୍ଣ୍ଣ ଜିତିଲେ ପ୍ରମୋଦ

କଟକ : ଦୁବାଇରେ ଆୟୋଜିତ ତୃତୀୟ ଫିଜା ଦୁବାଇ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ପ୍ରମୋଦ ଭଗତ ସିଙ୍ଗଲସ୍ ଓ ଡବଲ୍‌ସ ବିଭାଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏସ୍ଏଲ-୩ ବର୍ଗର ରବିବାର ଖେଳାଯାଇଥିବା ସିଙ୍ଗଲ୍‌ସ ବିଭାଗ ଫାଇନାଲର ବିଶ୍ବର ଏକ ନମ୍ବର ଖେଳାଳି ପ୍ରମୋଦ ୨୧-୧୭, ୨୧-୧୮ ସିଧାସଳଖ ନିଜ ଦେଶର ନିତିଶ କୁମାରଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଡବଲ୍‌ସ ବିଭାଗ ଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୨୧-୧୮, ୨୧-୧୬ରେ ନିଜ ଦେଶର ସୁକାନ୍ତ କାଦମ୍ବ ଓ ନିତିଶ କୁମାର ଯୋଡ଼ିଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କରୋନା ମହାମାରୀ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୋଦ ଦୁଇଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ପୂର୍ବରୁ ମିକ୍ସ ଡବଲସ୍‌ ବିଭାଗରେ ଦୁଇ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଓ ଦୀପ୍‌ରଞ୍ଜନ ବିଶୋୟୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Comments are closed.