ଗୁଜବକୁ ପପୁ ପମପମଙ୍କ ଖଣ୍ଡନ

0

କଟକ : ସୋସିଆଲ ମିଡିଆରେ ପପୁ ପମପମଙ୍କ ନାମରେ ଚାଲିଥିବା ଗୁଜବ ସେ ଖଣ୍ଡନ କରିଛନ୍ତି । ପ୍ରତିକ୍ରିୟା କହିଛନ୍ତି, ରୁଟିନ୍ ଚେକ୍‌ ଅପ୍‌ ପାଇଁ ସେ ଦିଲ୍ଲୀ ଯାଇଥିଲେ । ଏବେ ଭୁବନେଶ୍ୱର ଫେରି ଆସି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ଏହା ସହ ସେ ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ ବୋଲି ଜଣାପଡିଛି ।

ଶୁକ୍ରବାର ପପୁ ପମପମଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ହୋଇଥିବା ଗୁଜବକୁ ସେ ସକରାତ୍ମକ ଭାବରେ ଗ୍ରହଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବ ଫଳରେ ଆୟୁଷ ବୃଦ୍ଧି ହେଉଛି ବୋଲି କଥାଛଳରେ କହିଛନ୍ତି ।

ସୂଚନାଯୋଗ୍ୟ, ଅଗ୍ନାଶୟ ଜନିତ ରୋଗରେ ଶିକାର ହୋଇ ଦିଲ୍ଲୀ ଏମ୍ସରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଜୁଲାଇ ୧୦ ତାରିଖରେ ପପୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ଭଲ ହେବା ଖବର ନିଜେ ଏକ ଭିଡିଓ ମାଧ୍ୟମରେ ଜାରି କରିଥିଲେ।

Leave A Reply