ଅମୃତଭଣ୍ଡାର ଉପକାରିତା

0

ଶରୀରକୁ ସୁସ୍ଥ ରହିବା ନିମନ୍ତେ ଆମେ ବିଭିନ୍ନ ଖାଦ୍ୟ ଓ ଫଳମୂଳ ଖାଇଥାଉ। ସେଭଳି କିଛି ଫଳ ଓ ପନିପରିବା ମଧ୍ୟରେ ଅମୃତଭଣ୍ଡାର ବହୁ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ, ଅମୃତଭଣ୍ଡାର ଔଷଧୀୟ ଗୁଣ ବିଷୟରେ………..

ନିୟମିତ ଭଣ୍ଡା ଖାଇଲେ ଚର୍ମ ଜନିତ ରୋଗରୁ ମୁକ୍ତି ମିଳିଥାଏ।

ଅମୃତଭଣ୍ଡାରେ ଭିଟାମିନ ଏ , ସି ଆଦି ରହିଥିବାରୁ ଏହା ଆମକୁ ଶକ୍ତି ଯୋଗାଇବା ସହ ବହୁ ରୋଗରୁ ରକ୍ଷା କରିଥାଏ।

ନିୟମିତ ଥଣ୍ଡା କାଶ , ଜ୍ୱର ହେଉଥିଲେ ଅମୃତଭଣ୍ଡା ପତ୍ରକୁ ବାଟି ଏହାର ପାଣିକୁ ପିଇଲେ ଏହା ସଂପୂର୍ଣ୍ଣ ଭଲ ହୋଇଥାଏ।

ସିଝା ଭଣ୍ଡା – ଏହାକୁ ନିୟମିତ ଖାଇଲେ ଶରୀରରେ ବହୁ ମାତ୍ରାରେ ରକ୍ତ ହୋଇଥାଏ।

ପାଚିଲା ଅମୃତଭଣ୍ଡାରେ ବହୁ ଭିଟାମିନ ରହିଥିବାରୁ ଏହା ଖାଇବା ମଧ୍ୟ ଶରୀର ପାଇଁ ଖୁବ ହିତକାରକ ଅଟେ।

ଏହାର ପତ୍ରକୁ ବାଟି ଡ଼େଙ୍ଗୁ ରୋଗୀଙ୍କୁ ପିଇବାକୁ ମଧ୍ୟ ଦିଆଯାଏ। ଏହାର ପତ୍ରକୁ ବ୍ୟବହାର କରି ଡ଼େଙ୍ଗୁର ଚିକିତ୍ସା ନିମନ୍ତେ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ।

ଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।

Leave A Reply