ବାଇକ୍‌ ଧକ୍କାରେ ଖବରକାଗଜ ବିତରକ ଗୁରୁତର

ବାଲିଅନ୍ତା : ରବିବାର ଅପରାହ୍ନରେ ଇନ୍ଦ୍ରପାଳ ସାଇମନ୍ଦିର ନିକଟରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଖବରକାଗଜ ବିତରକ ଭବାନୀଶଙ୍କର ମହାପାତ୍ର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ଖବରପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଦୁଇଟିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।
ସୂଚନା ଯୋଗ୍ୟ,ଆହତ ଭବାନୀ ବାଇକ ଯୋଗେ ଘରକୁ ଫେରିବା ସମୟରେ ପୁରୀ ମୁଖ୍ୟ କେନାଲ ଇନ୍ଦ୍ରପାଳ ସାଇମନ୍ଦିର ବନ୍ଧ ନିକଟ ରେ ସାମ୍ନାପଟୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଭବାନୀ ରାସ୍ତାକଡକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ମଧ୍ୟ ସଂକଟାପନ୍ନ ରହିଛି।

Comments are closed.