ଟୁରୀ ନଦୀ ପଠାରେ ପଡ଼ିଛି ଅଚିହ୍ନା ମହିଳାଙ୍କ ମୃତଦେହ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ଦେଇ ଯାଇଥିବା ଟୁରୀ ନଦୀ ପଠାରେ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଘାଟଗୁଡା ଗ୍ରାମ ନିକଟରେ ଥିବା ଏହି ପଠାରେ ମହିଳାଙ୍କ ମୃତଦେହକୁ ସକାଳେ ଶୌଚ ପାଇଁ ଆସିଥିବା ଲୋକେ ଦେଖିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା। ନଦୀ ଭିତରେ ଲୋକେ ମୃଦଦେହ ସତ୍କାର କରୁଥିବାରୁ ଏପରି ସମସ୍ୟା ହେଉଛି ବୋଲି କେତେକ ଲୋକ ଅଭିଯୋଗ କରିଥିଲେ।

 

ନଦୀରେ ମକା ଚାଷ ଲାଗି ଆଡି ବନ୍ଧ କରାଯାଇଥିଲା, କିନ୍ତୁ ଗତ ରାତିରେ ଆଡି ବନ୍ଧ ଭାଙ୍ଗିଯିବା ଯୋଗୁଁ ନଦୀରେ ସତ୍କାର ହୋଇଥିବା ମୃଦଦେହଟି ବାହାରକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.