ଅମୃତଭଣ୍ଡା ଦ୍ୱାରା ନିଜ ମୁହଁକୁ କରନ୍ତୁ ସୁନ୍ଦର

0

ଅମୃତଭଣ୍ଡା ଖାଇବାକୁ ଅମୃତ ପରି ଲାଗେ। ସେହି ଅମୃତଭଣ୍ଡାକୁ ବ୍ୟବହାର କରି ଆମେ ନିଜେ ମୁହଁକୁ ସୁନ୍ଦର କରିପାରିବା। ଅମୃତଭଣ୍ଡାର ଚୋପାରେ ଏକ ପ୍ରକାର ଏନ୍‍ଜାଇମ୍‍ ରହିଛି, ଯାହାର ନାମ ପପେନ (Papain)।
ପପେନ ମୁହଁରୁ ମୃତ କୋଷିକାକୁ ବାହାର କରି ମୁହଁକୁ ସୁନ୍ଦର କରିଥାଏ। ଅମୃତଭଣ୍ଡାରେ ପପେନ ସହ ଅନ୍ୟ ଭିଟାମିନ୍‍- ଇ,ଉ,ଋ ପ୍ରଚୁର ମାତ୍ରାରେ ଥାଏ। ଅମୃତଭଣ୍ଡାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫଲିକ୍‍ ମଧ୍ୟ ରହିଛି।ମୁହଁରେ ସବୁ ପ୍ରକାର କ୍ରିମ୍‍ ଲଗାଇବା ଦ୍ୱାରା ମୁହଁ ଖରାପ ହୋଇଯାଏ। ଅମୃତଭଣ୍ଡା ଦ୍ୱାରା ଆମେ କିପରି ନିଜ ମୁହଁକୁ ସୁନ୍ଦର କରିପାରିବା ଆସନ୍ତୁ ଜାଣିବା।
ଅମୃତଭଣ୍ଡା ଓ ମହୁ :
ଗୋଟେ କପ୍‍ ଅମୃତଭଣ୍ଡା କୋରା ଓ ଏକ ଚାମଚ ମହୁକୁ ମିଶାଇ ଫେଣ୍ଟନ୍ତୁ। ତାକୁ ମୁହଁରେ ୩୦ମିନିଟ୍‍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ୩୦ମିନିଟ୍‍ ପରେ ମୁହଁ ଧୋଇଦିଅନ୍ତୁ। ତାପରେ ଦେଖିବେ ମୁହଁ ଅଧିକ ସୁନ୍ଦର ଦେଖାଯାଇଛି।ଅମୃତଭଣ୍ଡା,ଦହି ଓ ହଳଦୀ :
ଖରାରେ ବୁଲିଲେ ମୁହଁରେ କିଛି ଅଂଶ କଳା ପଡ଼ିଯାଏ। ଅମୃତଭଣ୍ଡାର ପେଷ୍ଟ ବନାଇ ସେଥିରେ ଅଳ୍ପ ହଳଦୀ,ଗୋଟେ ଚାମଚ ଗୋଲାପ ଜଳ, ଅଳ୍ପ ଦହି ମିଶାଇ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁ କରନ୍ତୁ। ପେଷ୍ଟଟି ପ୍ରସ୍ତୁତ ହୋଇଗଲା ପରେ ମୁହଁର ଯେଉଁ ଅଂଶ କଳା ପଡ଼ିଯାଇଥିବ ତା ଉପରେ ଏହି ପେଷ୍ଟଟି ଲଗାନ୍ତୁ। ୧୫ମିନିଟ୍‍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ମୁହଁ ପୂର୍ବ ପରି ଠିକ୍‍ ହୋଇଯିବ।

Leave A Reply