୧୦୦ଲିଟର ଦେଶୀ ମଦ ସହ ୩ହଜାର ଲିଟର ପୋଚ ଜବତ, ୨ ଗିରଫ 

ପାପଡାହାଣ୍ଡି: ଅବକାରୀ ବିଭାଗ ପକ୍ଷରୁ କୋଡୀଙ୍ଗା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣରେ ଦେଶୀ ହାତରନ୍ଧା ମଦ ସହ ପୋଚ ଜବତ କରି ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ଅଧିକ୍ଷକ ଙ୍କ ତତ୍ୱାବଧାନ ରେ ଅବକାରୀ ଇନିସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ପାପଡାହାଣ୍ଡି ଅବକାରୀ ସବଇନ୍ସପେକ୍ଟର ହରେ ପ୍ରସାଦ ରଣା, ଏଏସଆଇ ଜଗବନ୍ଧୁ ଯାନୀ, ଅମୀୟ ଖରା ଏବଂ ସିପାହୀ ଆକ୍ରମ ଖାନ, ସଦାଶିବ ଭତରା, ରୀନା ବଡନାୟକ, ରଂଜିତ ସିଂ ପ୍ରମୁଖ କୋଡ଼ିଙ୍ଗା ଥାନା ଅଂଚଳର ଚିରମା, କୁଜକ୍ଷଗୁଡା, ଫାର୍ସାଗୁଡା, ବରଦା, ବିଏମ ସେମଲା, ଘନଗୁଡା ଆଦି ଗ୍ରାମରେ ଚଢ଼ାଉ କରି ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତି କରି ବିକ୍ରି କରୁଥିବା ଲୋକଙ୍କ ଉପରେ ଚଢ଼ାଉ କରି ୧୦୦ ଲିଟର ଦେଶୀ ହାତରନ୍ଧା ମଦ ଜବତ କରିବା ସହ ୩୦୦୦ ଲିଟର ପୋଚ ନଷ୍ଟ କରି ଏଥିରେ ସମ୍ପୃକ୍ତ ୨ଜଣ ମହିଳା ରାଇମତି ଭତରା ଏବଂ କଳାବତୀ ଭତରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.