ସାପ କାମୁଡାରେ ଜଣେ ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗଡିଆଗୁଡା ଗ୍ରାମର ସମାରୁ ଭତରାଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି।ଶୁକ୍ରବାର ସମାରୁ ଖାଇ ସାରିବା ପରେ ଜମିକୁ ଶୋଇବାକୁ ଯାଇଥିଲେ। ରାତି ୨ଟା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.