ଲ୍ୟାମ୍ପ ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚନ ହେଲେ ସଦାଶିବ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଲ୍ୟାମ୍ପସ ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସଦାଶିବ ନାୟକ।ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ଥିବାବେଳେ ସଦାଶିବ ନାୟକ ଓ ସୁନାଧର ଭତରା ନାମାଙ୍କନ ଦାଖଲ କରିଥିଲେ।ନିର୍ଦ୍ଧାରିତ ସମୟ ମଧ୍ୟରେ ସୁନାଧର ନିଜ ନାମାଙ୍କନ ପତ୍ର ପ୍ରତ୍ୟାବର୍ତ୍ତନ କରି ନେଇଥିଲେ। ଯାହାଫଳରେ ନିର୍ବାଚନ ଅଧିକାରୀ ଏସ. ସୁଦର୍ଶନ ପଟ୍ଟନାୟକ ସଦାଶିବ ନାୟକକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ ପାପଡାହାଣ୍ଡି ଲାଂପରେ ମୋଟ ୧୫ ଜଣ ନିର୍ଦେଶକ ରହିଥିବା ବେଳେ ଏଥିମଧ୍ୟରୁ ୧୩ ଜଣ ନିର୍ଦେଶକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ଦୁଇ ପଦବୀ ପାଇଁ ଗତ ୧୯ ତାରିଖରେ ମତଦାନ ହୋଇଥିଲା।

Comments are closed.