ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିତ

ପାପଡାହାଣ୍ଡି: ସେପ୍ଟେମ୍ବର ୧୭ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ହୋଇଥିବା କାରଣରୁ ବିଭିନ୍ନ ସ୍ଥାନରେ ତାଙ୍କ ଜନ୍ମଦିନ ପାଳନ କରାଯାଇଛି। ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରା ମଣ୍ଡଳର କେରଣ୍ଡି ଗ୍ରାମରେ ମା’ ଠାକୁରାଣୀ ମନ୍ଦିରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ଡଙ୍ଗରା ମଣ୍ଡଳ ସଭାପତି ସତ୍ୟବାନ୍ ନାୟକ, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ଦୁର୍ଜନ ମିର୍ଗାନ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ଉପ ସଭାପତି ମାନସାଏ ମାଝୀ, ପଛୁଆବର୍ଗ ସଭାପତି ଲିଙ୍ଗରାଜ କଂସ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଡଙ୍ଗରା ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଙ୍କ ଜୀବନ ଉପରେ ଆଲୋଚନା କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ ଯୁବ ସମାଜକୁ ମୋଦୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ।

Comments are closed.