କପଡା ଦୋକାନରୁ ଚୋରି ଅଭିଯୋଗ, ପୁଲିସର ତଦନ୍ତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଉମରକୋଟ ରାସ୍ତାରେ ଥିବା ମା’ ଭବାନୀ କ୍ଲୋଥ ଷ୍ଟୋରରୁ ଚୋରି ହୋଇଛି । ଏ ନେଇ ଦୋକାନ ମାଲିକ ଅନିଲ ଅଗ୍ରୱାଲ ଥାନାରେ ଏତଲା ଦେବା ପରେ ସନ୍ଧାନୀ କୁକୁର ସହ ପୁଲିସ ତଦନ୍ତ ଆରମ୍ଭ କରିଛି । ଦୋକାନ କଡ଼ରେ ଥିବା ଲୁହା କବାଟକୁ ତାଡି ଦୁର୍ବୃତ୍ତ ମାନେ ଦୋକାନ ଭିତରେ ପଶି ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ପୋଷାକ ଚୋରିକରି ନେଇଯାଇଅଛନ୍ତି । ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକଙ୍କ ନେତୃତ୍ୱରେ କେସ ନମ୍ବର ୭୭/୨୨ରେ ମାମଲା ରୁଜୁ ହୋଇ ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ ଆରମ୍ଭ ହୋଇଛି ।

Comments are closed.