ଦୁର୍ଗମ ଅଂଚଳରେ ପୁଲିସର ଜନସଂପର୍କ ଶିବିର ଅନୁଷ୍ଠିତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ଦୁର୍ଗମ ଅଂଚଳ ଭାଲୁ୍ଝର ଗ୍ରାମ ଠାରେ ପୁଲିସ ପ୍ରଶାସନ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ କିପରି ଜନସାଧାରଣ ପୁଲିସର ନିକଟତର ହେବେ ଓ ପୁଲିସକୁ ନ ଡରି ସାହାଯ୍ୟ କରିବା ବିଷୟରେ ବୁଝାଯାଇଥିଲା। ମୈଦଲପୁର ମେଡିକାଲରୁ ଡ଼. ମୋହନ ଦାଶଙ୍କ ନେତୃତ୍ୱରେ ଏକ ଟିମ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ମାଗଣା ଔଷଧ ଦିଆଯାଇଥିଲା। ପୁଲିସ ତରଫରୁ ଲୋକଙ୍କୁ ଶାଢ଼ୀ, କପଡା, ଚାଦର, ଚପଲ, ଛତା ସହ ଶିଶୁମାନଙ୍କୁ ପେନ, ଖାତା ଇତ୍ୟାଦି ଦିଆଯାଇଥିଲା। ଶେଷରେ ଭଲି ବଲ ଓ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା।

ଭଲିବଲରେ ତୁଳସୀ ପଦର ଚମ୍ପିୟାନ ହୋଇଥିବା ବେଳେ ମାଲିଆମ୍ବ ରନର ଓ କ୍ରିକେଟରେ ଭାଲୁ୍ଝରର ୨ ଟିମ ଚମ୍ପିୟାନ ଓ ରନର ହୋଇଥିଲେ। ସମସ୍ତ ଟିମକୁ ପୁରସ୍କାର ରୂପେ ଖେଳ ସାମଗ୍ରୀ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାଝୀଗୁଡା ସରପଞ୍ଚ, ପାପଡାହାଣ୍ଡି ଡ଼ିଏସପି ଇନଚାର୍ଜ ମୀରା ନାୟକ, ଏସଡିପିଓ ଆଦିତ୍ୟ କୁମାର ସେନ, ଆଇଆଇସି ଶୁଭେନ୍ଦୁ କୁମାର ଶବର, ସବ ଇନ୍ସପେକ୍ଟର ଶିବଜୀ ପଣ୍ଡା, ମୈଦଲପୁର ଫାଣ୍ଡି ଅଧିକାରୀ ଡି. ଦେବୀ କୁମାର, ଭାସ୍କର ରାଓ, ନରେଶେ ବିଷୋୟୀ, ପଦୁବାନ ହରିଜନ ଓ ଆଇଆରବି ଯବାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.