ଜୀବିତ ଥାଇ ସରକାରୀ କାଗଜରେ ମୃତ ଘୋଷିତ ବ୍ୟକ୍ତିଙ୍କୁ ସମାଜ ଖବର କାଗଜରେ ଖବର ପ୍ରକାଶ ପରେ ମିଳିଲା ଭତ୍ତା

 

ପାପଡାହାଣ୍ଡି, ମୈଦଲପୁର- ଜୀବିତ ବ୍ୟକ୍ତି ଙ୍କୁ ମୃତ ଦର୍ଶାଇ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ କରିଥିଲେ ସରକାରୀ କର୍ମଚାରୀ । ସମାଜ ଖବର କାଗଜରେ ଖବର ପ୍ରକାଶ ପାଇଲା ପରେ ପ୍ରଶାସନର ତତ୍ପରତା ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମରେ ବେଗନ ଜାନି ରୁହନ୍ତି। ସେ ଭତ୍ତା ପାଇଁ ଏକ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇସାରିଥିଲେ । ତଥାପି ତାଙ୍କୁ ଭତ୍ତା ମିଳି ନଥିଲା । ଜୀବିତ ବ୍ୟକ୍ତି ଜଣଙ୍କ ସରକାରୀ କାଗଜ ପତ୍ର ଅନୁଯାୟୀ ମୃତ ଘୋଷିତ ହୋଇସାରିଥିଲେ । ସେ ବିପିଏଲ କାର୍ଡରେ ଜୀବିତ ଥିବା ବେଳେ ସରକାର ଙ୍କ ପକ୍ଷରୁ ଚାଉଳ ନେଉଥିଲେ,ଭତ୍ତା ଟଙ୍କା ପାଇବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଦର୍ଶାଯାଇଥିଲା।

ଏହି ଖବର ସମାଜ ଖବର କାଗଜରେ ପ୍ରକାଶିତ ହେବା ପରେ ବେଗନଙ୍କ ସମସ୍ତ ତଥ୍ୟ ନବ ନିର୍ବାଚିତ ବ୍ଲକ ଅଧକ୍ଷ ଏବଂ ଉପାଧ୍ୟକ୍ଷ ଖୋଜି ବାହର କରିବା ସହ ହିତାଧିକାରୀଙ୍କର ଭତ୍ତା ବ୍ୟବସ୍ଥା କରିଛନ୍ତି | ପାପଡାହାଣ୍ଡିର ନବ ନିର୍ବାଚିତ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ଏବଂ ସରକାରୀ ଅଧିକାରୀ ଈଶ୍ୱର ବିଷୋୟୀ କଣ୍ଟାସାରୁ ଗ୍ରାମରେ ପହଂଚି ହିତାଧିକାରୀ ବେଗନ ଙ୍କୁ ଭତ୍ତା ବାବଦ କୁ ୭୦୦ ଟଙ୍କା ଏବଂ ପରିଚୟ ପତ୍ର ପ୍ରଦାନ କରିଥିଲେ ।

Comments are closed.