ଘର ମରାମତି ସହାୟତା ରାଶିର ଶୁଭାରମ୍ଭ

ପାପଡାହାଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁ ପକ୍କା ହିତାଧିକାରୀଙ୍କ ଲାଗି ଘର ମରାମତି ସହାୟତା ରାଶିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପାପଡାହାଣ୍ଡି ବ୍ଲକରେ ବି ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ବ୍ଲକ ସଭା ଗୃହରେ ବିଡ଼ିଓ ରଞ୍ଜିତା ମଲିକ, ସହକାରି ଯନ୍ତ୍ରୀ ଅଭିମନ୍ୟୁ ବେହେରା ସମସ୍ତ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରତେକ ପଂଚାୟତ ସଦର ମହକୁମାରେ ହିତାଧିକାରୀଙ୍କୁ ପ୍ରୋଜେକ୍ଟର ଓ ଟିଭି ମାଧ୍ୟମରେ ଏହି ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଦେଖି ଖୁସି ବ୍ୟକ୍ତ କରିଥିଲେ। ଘର ମରାମତି ସହାୟତା 3ହଜାର ମିଳିବା ନେଇ ଖୁସି ବ୍ୟକ୍ତ କରିଥିଲେ।

Comments are closed.