ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଗାଦବାକତରା ପଂଚାୟତରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଗୁରୁତର ହୋଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଛନ୍ତି। ସୂଚନା ଅନୁସାରେ, ଗାଦବାକତରା ପଂଚାୟତର ଚଚରାଗୁଡା ଗ୍ରାମରୁ ଏକ ଟ୍ରକରେ ମକା ବୋଝେଇ କରି ମଇଦଳ ପୁର ପଟେ ଆସୁଥିବା ବେଳେ ଟ୍ରକ ଉପରେ ଡାବୁଗାଁ ବ୍ଲକର ରାଉଲିଗୁଡା ଗ୍ରାମର ପୂର୍ଣ୍ଣ ବିନ୍ଧାଣି (୩୦) ଟ୍ରକର ଡାଲା ଉପରେ ବସିଥିଲେ। ଡ୍ରାଇଭର ବିବେକାନନ୍ଦ ସେଠି ବାରମ୍ବାର ମନା କରିବା ସତ୍ବେ ନ ମାନି ଟ୍ରକ ଡାଲା ଉପରେ ବସି ଆସୁଥିଲେ। ବାଟରେ ଇଲେକ୍ଟ୍ରିକ ତାର ତାଙ୍କର ବେକରେ ଲାଗିଯାଇଥିଲା ଯାହା ଫଳରେ ସେ ଗୁରୁତର ହୋଇ ଯାଇଥିଲେ।

ଡ୍ରାଇଭର ଗାଡି ରଖି ତାଙ୍କୁ ଓହ୍ଲେଇ ଥିଲେ ଏବଂ ମୁହଁରେ ପାଣି ମାରି, ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଫୋନ କରି ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Comments are closed.