ଖ୍ରୀଷ୍ଟଜନ୍ମ ଜୟନ୍ତୀ ପାଳିତ

ପାପଡାହାଣ୍ଡି: ଖ୍ରୀଷ୍ଟିୟାନମାନଙ୍କର ବଡ଼ପର୍ବ ହେଉଛି ଖ୍ରୀଷ୍ଟ ଜନ୍ମ ପର୍ବ। ଆଜି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ସେମଳା ପେରିସ ଠାରେ ଖ୍ରୀଷ୍ଟଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପେରିଷ ପାଳକ ରେଭ ସୁନୀଲ ସାଗର ନାଏକଙ୍କ ସଭାପତିତ୍ୱରେ ତାଲୁକ ସଭାପତି ଫ୍ରାନସିସ ନାଗ, ସମ୍ପାଦକ ଈଶ୍ୱରଦାନ ଟାକ୍ରୀ, କୋଷାଧକ୍ଷ ପୁର୍ନସାନ୍ତ ମନ୍ଦାରଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଥିଲା। ବାଇବଲ ପଠନ, ପ୍ରାର୍ଥନା ଓ ପରେ କେକ କଟା ଯାଇଥିଲା। ଏହାପରେ ପେରିସର କାର୍ଯ୍ୟକାରୀମାନଙ୍କୁ ଖ୍ରୀଷ୍ଟମାସ ଉପହାର ଆକାରରେ ତାଲୁକାର ପାଳକ, ସଭାପତି,ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତାଲୁକା ଗୁରୁ ସୁନୀଲ ପ୍ରଭାତ ଭତ୍ରା, ନିର୍ମଳଚନ୍ଦ୍ର ବାଘ, ପ୍ରେମଚନ୍ଦ୍ର ଭତ୍ରା, ବିଜୟ ବେନ୍ୟା, ବିଜୟ ହିଆଲ, ରଞ୍ଜିତ ନାଗ, ସୁକାନ୍ଦ୍ର ନାଗ, ଅନିଲ ପ୍ରଭାତ ଭତ୍ରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ସେମଳା ପ୍ରାଚୀନ ସୁକାନ୍ଦ୍ର ନାଗ ଧନ୍ୟବାଦ ଜ୍ଞାପନ କରିଥିଲେ।

Comments are closed.