ମାଲକାନଗିରି ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ବିଡ଼ିଓଙ୍କୁ ଦାବିପତ୍ର

ପାପଡାହାଣ୍ଡି: ମାଲକାନଗିରି ଜିଲ୍ଲା କାର୍ଯ୍ୟରତ ପାଞ୍ଚ ଜଣ ସାମ୍ବାଦିକଙ୍କୁ ପୋଲିସ ଗିରଫ ଘଟଣାକୁ ପାପଡାହାଣ୍ଡି ଖବରଦାତା ମାନେ ନିନ୍ଦା କରିଛନ୍ତି। ସତ୍ୟ ଖବର ପରିବେଷଣ ପରେ ସାମ୍ବାଦିକଙ୍କୁ ରାତି ଅଧିଆ ଗିରଫ ଘଟଣାକୁ ଖବରଦାତା ମାନେ ବିରୋଧ କରିଛନ୍ତି। ଗଣମାଧ୍ୟମ ପ୍ରତି ପ୍ରଶାସନ କଣ୍ଟରୋଧ କରୁଥିବାରୁ ଏ ନେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ରଞ୍ଜିତା ମଲିକଙ୍କୁ ପ୍ରଦାନ କରାଯାଇଥିଲା। ଏନ ଜନାର୍ଦ୍ଦନ ରାଓଙ୍କ ସଭାପତିତ୍ୱରେ ଖବରଦାତା ସ୍ୱପଜିତ ପଟନାୟକ, ନନ୍ଦ କୁମାର ବିଶୋଇ, ଆକାଶ ବିଶୋଇ, ସୁଜିତ ନାୟକ, ଗୌତମ ଅଗ୍ରୱାଲ, ଆଲବର୍ଟ ସେକ୍ସପିଅର ବେନିଆ, ତରୁଣ ବିଶୋଇ, ଦିପୁ ଦାସ, ଶ୍ରୀନିବାସ ରାଓ, ଅନିଲ ଭତ୍ରା, ଛବି ସତନାମୀ, ଏମଡି ଗୁଫାରାନ, ତୁଷାର ହିଆଲ, କିଶୋର ବିଶୋଇ ପ୍ରମୁଖ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Comments are closed.