ସର୍ବଶିକ୍ଷା ଅଭିଯାନରେ ୧୩୦ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସର୍ବ ଶିକ୍ଷା ଅଭିଯାନ ତରଫରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଯାଇଛି। ବିଇଓ ବୀରେନ୍ଦ୍ର ପାଢ଼ୀଙ୍କୁ ସଭାପତିତ୍ବରେ ଭୁବନେଶ୍ୱରରୁ ଆସିଥିବା ଡାକ୍ତରମାନେ ପିଲାଙ୍କ ଆଖି, କାନ ଓ ଗୋଡ଼ ଆଦି ପରୀକ୍ଷା କରିଥିଲେ। ଆଗାମୀ ଦିନରେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ଏହି ଅବସରରେ ପାପଡାହାଣ୍ଡି ବ୍ଲକର ୯୦ ଓ କୋଷାଗୁମୁଡା ବ୍ଲକର ୪୦ ଜଣ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର ୪୦% ଅକ୍ଷମତା ଥିବା ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Comments are closed.