ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଗାଦବା କତରା ପଞ୍ଚାୟତର ନୂଆଗୁଡା ଗ୍ରାମ ନିକଟରେ ଥିବା ଗାଦବା କତରା ଗାଁ’ର ମଧୁସୂଦନ ହରିଜନଙ୍କ ଧାନ ଗଦାରେ ମଙ୍ଗଳ ବାର ଅପରାହ୍ନ ୩ଟା ବେଳେ କୌଣସି କାରଣ ବଶତଃ ହଠାତ ନିଆଁ ଲାଗିଯାଇଥିଲା। ସେ ତାଙ୍କର ୭ଏକର ଜମିରେ ଧାନ ଚାଷ କରି ୪ଟି ଗଦା କରି ରଖିଥିଲେ। ହଠାତ ନିଆଁ ଲାଗିଯିବାରୁ ୪ଟି ଗଦା ପୋଡି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ଲକ୍ଷାଧିକ ତାଙ୍କର ଧାନ ପୋଡି ପାଉଁଶ ହୋଇଯାଇଛି।

 

ଖବର ପାଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବିଭାଗର ଇନଚାର୍ଜ ବାସୁଦେବ ଶବର, ସରୋଜ ବାରିକ, ଓମ ପ୍ରକାଶ, ଭରତ ରଣା, ଗୋଲୋକ ବିହାରୀ ଶବର, ଏସ. କେ. ପଣ୍ଡା ପ୍ରମୁଖ ୨ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

Comments are closed.