ନିଆଁରେ ପୋଡି ତିନି ବଖରା ଘର ସମ୍ପୂର୍ଣ ନଷ୍ଟ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମ ପଞ୍ଚାୟତରେ ପଣ୍ଡିକୋଟ ପଂଚାୟତର ଚାନ୍ଦଲି ଗ୍ରାମର ଭୁଜ ଗୌଡ଼ଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଭୁଜ ଗୌଡ଼ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ଗୌଡ଼ ଏବଂ ଚାରିଗୋଟି ସନ୍ତାନ ରହୁଥିଲେ। ରାତ୍ର ୨ ଘଣ୍ଟା ସମୟରେ ରୋଷେଇ ଘର ନିଆଁ ଲାଗି ହୁ ହୁ ଜଳିବାକୁ ଲାଗିବ ଦେଖି ଚନ୍ଦ୍ରମା ନିଦରୁ ଉଠି ପିଲାମାନଙ୍କୁ ଧରି ବାହାରକୁ ଚାଲିଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ତିନି ବଖରା ଘର ସମ୍ପୂର୍ଣ ଜଳି ଯାଇଥିଲା। ନିଆଁରେ ଘରର ଆସବାପାତ୍ର ସହ ଧାନ, ନଗଦ ପାଞ୍ଚ ହଜାର ଟଙ୍କା ପୋଡ଼ି ଯାଇଥିଲା।

Comments are closed.