ପଂଚାୟତରେ ପ୍ଲାଷ୍ଟିକ ଚାଉଳ ମିଳୁଥିବା ଅଭିଯୋଗ କଲେ ଗ୍ରାମବାସୀ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକର ନୂଆକୋଟ ପଂଚାୟତ ଠାରେ ପଂଚାୟତ ତରଫରୁ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଚାଉଳକୁ ନେଇ କିଛି ହିତାଧିକାରୀ ଘରକୁ ନେବାପରେ ଦେଖିବାକୁ ପାଇଲେ ଯେ ମିଳିଥିବା ଚାଉଳରୁ ପ୍ରାୟ ଦଶ ପ୍ରତିଶତ ପ୍ଲାଷ୍ଟିକ ଚାଉଳ ଭଳି ଦେଖିବାକୁ ମିଳିବା ପରେ ଦହଡାମାଳ ଗ୍ରାମରେ ଏହା ପ୍ରଚାର ହେବାପରେ ପ୍ରାୟ ସମସ୍ତଙ୍କ ଚାଉଳରୁ କିଛି ପ୍ରତିଶତ ଚାଉଳ ପ୍ଲାଷ୍ଟିକ ଭଳି ଦିଶୁଥିବାରୁ ଏଥିରେ ପ୍ଲାଷ୍ଟିକ ମିଶ୍ରଣ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବା ପରେ ଏହି ଅଂଚଳରେ ପ୍ଲାଷ୍ଟିକ ଚାଉଳକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ ପଞ୍ଚାୟତରେ ଯେଉଁ ଚାଉଳ ଦିଆଗଲା ତହିଁ ଭିତରୁ ପ୍ଲାଷ୍ଟିକ ଚାଉଳ ଦେଖିବାକୁ ମିଳିଛି।

ଏହି ପ୍ଲାଷ୍ଟିକ ଚାଉଳ ନିଆଁରେ ପୋଡିଲେ ପ୍ଲାଷ୍ଟିକ ଭଳି ନିଆଁ ଲାଗୁଛି, ପାଣିରେ ରଖିଲେ ଉପରେ ଭାସିବା ସହିତ ଅଠା ପରି ହାତରେ ଲାଗୁଛି ବୋଲି ଗ୍ରାମର ଧନୁରଞ୍ଜୟ ନାୟକ, କୁଷ୍ଠ ଗୌଡ଼, ରାମ ଗୌଡ଼ ବଳଦେବ ଗୌଡ଼, ଭୁବନ ଗୌଡ଼, ମିଥୁନ ଯାନୀ ମୋତିରାମ ଯାନୀ, ମଦନ ଯାନି, ମଦନ ପୂଜାରୀ, ବେଣୁ ପୂଜାରୀ ପ୍ରମୁଖ ଅଭିଯୋଗ କରିଛନ୍ତି।

Comments are closed.