ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଉଦ୍ୟମ ବିଫଳ

ପାପଡାହାଣ୍ଡି: ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଉଦ୍ୟମ ବିଫଳ ହୋଇଛି। ଗତକାଲି ମଧ୍ୟ ରାତ୍ରରେ ପାପଡାହାଣ୍ଡି ବ୍ଲକ ଡକାରଗୁଡ଼ା ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ କିଛି ଦୁର୍ବୁତ୍ତ ଚୋରି କରିବା ଉଦେଶ୍ୟରେ ବିଦ୍ୟୁତ ପୋଲରୁ କାଢି ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଉଠି ପଢିବା ଯୋଗୁଁ ଦୁର୍ବୁତ୍ତମାନେ ଟ୍ରାନ୍ସଫର୍ମରକୁ ଛାଡି ଫେରାର ହୋଇଯାଇଥିଲେ। ଗ୍ରମବାସୀ ବର୍ତମାନ ଅନ୍ଧାରରେ ଥିବା ବେଳେ ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଥିବା ଜଣାପଡିଛି।

Comments are closed.