ନୂତନ ଜିଲ୍ଲାପାଳଙ୍କ ପାପଡାହାଣ୍ଡି ଗସ୍ତ

ପାପଡାହାଣ୍ଡି: ନବରଙ୍ଗପୁରର ନୂତନ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଆଜି ପାପଡାହାଣ୍ଡି ବ୍ଲକ ଗସ୍ତ କରିଥିଲେ। ବ୍ଲକ କାର୍ଯ୍ୟାଲୟରେ ପହଂଚିବା ପରେ ବିଡ଼ିଓ ରଂଜିତା ମଲିକ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ବ୍ଲକ କର୍ମଚାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଶହୀଦ ମିନାର ଯାଇ ଦେଶ ବଳିଦାନ ଦେଇଥିବା ସଂଗ୍ରାମି ମାନଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବ୍ଲକ ଶହୀଦ ସ୍ମୃତି କମିଟ ସଭାପତି ସୋମନାଥ ବିଶୋଇ ଜିଲ୍ଲାପାଳ ଉପଢୌକନ ଦେଇ ସ୍ୱାଗତ କରିବା ସହ ରକ୍ତ ତୀର୍ଥ ପୁସ୍ତକ ପ୍ରଦାନ କରିଥିଲେ। ଶହୀଦ ମିନାରର ଐତିହ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ସ୍ମୃତି ସୌଧ ଯାଇ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇଥିଲେ।

ସେଠାରୁ ସେ ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମନ୍ଦିର ଯାଇ ପୂଜା ଅର୍ଚନା କରିଥିଲେ। ଏହାର ପରିସର ମଧ୍ୟରେ ଚାଲିଥିବା ନୂତନ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର ତଦାରଖ ଓ ପରିଚାଳନା ନେଇ ଆଲୋଚନା କରିଥିଲେ। ସେଠାରୁ ସେ ଲାଲ ବାହାଦୁର ହାଇସ୍କୁଲ ଯାଇ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଥିଲେ। ଏହାପରେ ଘାଟଗୁଡା ଯାଇ ମିଶନ ଶକ୍ତି ଗୃହ ଦେଖିବା ପରେ ଡାବୁଗାଁ ଅଭି ମୁଖେ ଯାଇଥିଲେ। ଏହି ସମୟରେ ସହକାରୀ ଯନ୍ତ୍ରୀ ଅଭିମନ୍ୟୁ ବେହେରା, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.