ଡାବୁଗାଁ ନିର୍ବାଚନ ମଣ୍ଡଳୀ ଜୋନ ସ୍ତରୀୟ ବିଜେଡି ବୈଠକ ଓ ମିଶ୍ରଣ ପର୍ବ

ପାପଡାହାଣ୍ଡି:ଡାବୁଗାଁ ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ବିଜେଡି ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବରେ ମଇଦଳପୁର, ସାନବାର୍ଲି, ସେମଳା, ନୂଆକଟ ଏବଂ ଚନ୍ଦ୍ରପୁର ଆଦି ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ ସେମାନଙ୍କୁ ଉପଢୌକନ ଦେଇ ସ୍ୱାଗତ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ଆଦିବାସୀ ବିକାଶ ପରିଷଦର ଅଧକ୍ଷ ମୋତିରାମ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ନବରଙ୍ଗପୁର ଜିଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ ପ୍ରମୁଖ ଯୋଗଦେଇଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସୋମନାଥ ବିଷୋୟୀ, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଯୁବ ବିଜେଡି ଜିଲା ସଭାପତି ଶିବା ବିଷୋୟୀ, ବ୍ଲକ ଉପଧକ୍ଷ ତ୍ରିନାଥ ପ୍ରଧାନ, ୧ନଂ ଜୋନ ସଭାପତି ଅବଦୁଲ ତାଜୁଦ୍ଧିନ, ସରୋଜ ଜାଲ, ରାମ ମୀରଗାନ, ବିଷ୍ଣୁ ବିଶୋଇ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨ ନଂ ଜିଲାପରିଷଦ ଜୋନ ପାଇଁ ଏକ ୯ ଜଣିଆ କମିଟି କରାଯାଇ ଜୋନ ସଭାପତି ଭାବେ ସୁଶାନ୍ତ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା।

Comments are closed.