ଆମ ଗାଁ ଆମ ବିକାଶ ଯୋଜନା-ଉଦ୍‌ଘାଟିତ ହେଲା ଗୀର୍ଜାଗୃହ

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଗଦବାକତରା ପଂଚାୟତ ଚଚରାଗୁଡା ଗ୍ରାମ ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନୂତନ ଗୀର୍ଜା ଗୃହର ଆଜି ଉଦଘାଟିତ ହୋଇଯାଇଛି। ନବରଙ୍ଗପୁର ଜିଲା ଆଦିବାସୀ ବିକାଶ ପରିଷଦର ପୂର୍ବତନ ଅଧକ୍ଷ ତଥା ପୂର୍ବତନ ଜିଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଆଜି ଚଚରାଗୁଡା ଠାରେ ନୂତନ ଭାବେ ନିର୍ମିତ ଆମ ଗାଁ ଆମ ବିକାଶ ତରଫରୁ ୨ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ଗୀର୍ଜା ଗୃହକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଲ୍ଲିକ, ଜିଲା ବିଜେଡି ସମ୍ପାଦକ ସରୋଜ ଜାଲ, ସୁଶାନ୍ତ ବେହେରା, ରାମ ମିର୍ଗାନ, ସମିତି ସଭ୍ୟ ସାହେବ ବେସରା, ସନିଆ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.