ଡଙ୍ଗରା ପଂଚାୟତରେ ବିଜେଡିରେ ସାମିଲ ହେଲେ ୧୦ରୁ ଉର୍ଦ୍ଧ୍ବ କର୍ମୀ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ଡଙ୍ଗରା ପଂଚାୟତର ୧୦ ଜଣରୁ ଅଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଆଗକୁ ପଂଚାୟତ ନିର୍ବାଚନ ଏବେଠୁ ବିଭିନ୍ନ ଦଳପକ୍ଷରୁ ନିଜ ନିଜ ସଂଘଠନ ସଜାଡ଼ିବା ଆରମ୍ଭ କରିବା ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ଆଜି ଡଙ୍ଗରା ପଂଚାୟତରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ପୂର୍ବତନ ଆଦିବାସୀ ବିକାଶ ପରିଷଦ ଅଧକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ସଂଗଠନ ବିଷୟରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏହି ଅଂଚଳରେ ବିଜେଡି କିପରି ସମସ୍ତ ସିଟରେ ବିଜୟ ଲାଭ କରିବ ସେ ଦିଗରେ ରଣନୀତି ପ୍ରସ୍ତୁତି କରିବା ପାଇଁ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଡଙ୍ଗରା ପଂଚାୟତର ୧୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ତଥା ଶୁକୃ ଗୌଡ଼, କମାଲସିଂ ଭତରା, ବିଷମ ଭତରା, ବନସିଂ ହରିଜନ, ଯୁଧିଷ୍ଠି ପlତ୍ର, ଗୁରୁବନ୍ଧୁ ଗୌଡ଼, କନି ପୂଜାରୀ, ଦଶମୁ ଭତରା, ଥବିର ମାଝୀ, ଭଗଚନ୍ଦ ଶବର ପ୍ରମୁଖ ବିଜେଡି ରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଙ୍ଗରା ସରପଞ୍ଚ ତୁଲାରାମ ମାଝୀ, ଯୁଧିଷ୍ଠିର ଗୌଡ଼, ଭଗତ ମାଳୀ, ବଳରାମ ମାଝୀ ଏବଂ ଉଦୟନାଥ ଶାସମଲଙ୍କ ସହ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ।

Comments are closed.