ପାପଡାହାଣ୍ଡିରେ ଶିଶୁ ସମ୍ପର୍କ ଯାତ୍ରା

ପାପଡାହାଣ୍ଡି: ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆନୁକୂଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଶିଶୁ ସଂପର୍କ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଡିସିସିଓ ସୁରେଶ ପଟ୍ଟନାୟକ, ଏବିଡିଓ କୃପାସିନ୍ଧୁ ନାୟକ, ଅଧକ୍ଷ ଦିବାକର ବାହୁକ, ପ୍ରସନ୍ନ ପ୍ରସାଦ ପଟନାୟକ, ପ୍ରଦୀପ ନାୟକ, ମିନତୀ ମହାପାତ୍ର, ସନ୍ତୋଷ କୁମାର ଜେନ, ଶିଶୁ ସୁରକ୍ଷା ୟୁନିଟର କୁଳମଣି ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ବେହେରା, ସିଡିପିଓ ଗୀତାରାଣୀ ସାହୁ, ଚାଇଲଡ ଲାଇନର ଟଙ୍କ ଯାନୀ, ଗ୍ରେସୀ ସୁନେମିଆ ଖରା, ପ୍ରଧାନ ଶିକ୍ଷକ ପ୍ରଧାନୀ ସାର,ପିଏଲଭି ସଭ୍ୟ ରାଜ କିଶୋର ରାଓ ପ୍ରମୁଖ ଯୋଗ ଦେଇଥିଲେ ଜ୍ଝ ବୈଠକରେ ଶିଶୁ ମାନଙ୍କର ସୁରକ୍ଷା, ଯତ୍ନ, ବଂଚିବାର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା । ଗ୍ରାମବାସୀ ସହ ଅଙ୍ଗନବାଡି ଓ ଶିଶୁ ମାନେ ଭାଗ ନେଇଥିଲେ।

Comments are closed.