କୋରା ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୧୨ଟି
କ୍ଷୀର – ୨କପ
ତେଲ – ଆବଶ୍ୟକ ପରିମାଣରେ
କୋରା ପନିର – ୧କପ
କଟା ପିଆଜ – ୨ଟି
କଟା କଞ୍ଚା ଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା
ସସ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉଁରୁଟିର ମାଟିଆ ଅଂଶକୁ କାଢି ଏହାକୁ ସିଝା କ୍ଷୀରରେ ବତୁରାଇ ଦିଅନ୍ତୁ। କିଛି ସମୟରେ ପରେ କ୍ଷୀରକୁ ଭଲ ଭାବେ ଛାଣି ଅଟା ଭଳି ପାଉଁରୁଟି ଚକଟି ରଖନ୍ତୁ। ଏବେ ଏକ ପାତ୍ରରେ କଟା ପିଆଜ, ପନିର, ଲଙ୍କା ଗୁଣ୍ଡ, ଲୁଣ, ଚାର୍ଟ ମସଲା ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏହାପରେ ଚକଟି ଥିବା ପାଉଁରୁଟିକୁ ବଲ୍ ଆକୃତିର କରି ଏହା ମଧ୍ୟରେ ମିଶ୍ରଣକୁ ଭର୍ତ୍ତି କରି ଗୋଲ ଆକୃତିର କରନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତତ କରିଥିବା ବଲ୍ କୁ ଛାଣି ଦିଅନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା କୋରା ପନିର ପକୋଡ଼ା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments
Loading...