ଛେନା ମୁଡ଼କି

0

ପନିର – ୫୦୦ ଗ୍ରାମ
ଚିନି – ୪୦୦ ଗ୍ରାମ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ଚିନି ପକାନ୍ତୁ। ଚିନିକୁ ସାମାନ୍ୟ ଭାଜି ଏଥିରେ ପାଣି ଦିଅନ୍ତୁ। ପାଣି ଦେବା ପରେ ଏହାକୁ ଗୋଳାନ୍ତୁ। ଏବେ ପନିରକୁ ଟିକେ ବଡ଼ ଆକୃତିର କାଟି ପ୍ରସ୍ତୁତ ହେଉଥିବା ସିରାରେ ପକାନ୍ତୁ। ସିରାରେ ପକାଇବା ପରେ କିଛି ସମୟ ଧୀରେ ଧୀରେ ଗୋଳାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ସେଥିରେ ଚିନି ପକାଇ ଭାଜନ୍ତୁ। ଚିନି କିଛି ସମୟ ଭାଜି ହେବା ପରେ ଏହାକୁ ମଧ୍ୟ ଗ୍ୟାସରେ ବସିଥିବା ପନିର ଉପରେ ଏହି ଚିନି ପକାଇ ଧୀରେ ଧୀରେ ମିଶାନ୍ତୁ। କିଛି ସମୟ ପରେ ଏହାକୁ ସିରାରୁ ବାହାର କରି ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ମୁଡ଼କି।

Leave A Reply