ରେଶମୀ ପନୀର

ଆବଶ୍ୟକ ସାମଗ୍ରୀ
ପନୀର – ୪୦୦ ଗ୍ରାମ
କଟା ପିଆଜ – ୨ଟି
କଟା ଟମାଟୋ – ୧ଟି
କଟା ସିମଲା ଲଙ୍କା – ୧ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଜିରା – ଅଳ୍ପ
ପାଣି – ଆବଶ୍ୟକ ପରିମାଣରେ
ଧନିଆ ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
କ୍ରିମ – ଆବଶ୍ୟକ ପରିମାଣରେ
ଧନିଆପତ୍ର – ଅଳ୍ପ
ଗରମ ମସଲା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜ, ସିମଲା ଲଙ୍କା, ଟମାଟୋ, ପନୀରକୁ ଲମ୍ବା ଆକାରରେ କାଟି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାନ୍ତୁ। ଏହାପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିବା ପରେ କଟା ଟମାଟୋ, ସିମଲା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଗରମ ମସଲା ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ଅଳ୍ପ ପାଣି ଓ କଟା ପନୀର ପକାନ୍ତୁ। ଏବେ ଏହାକୁ ୧୦ ମିନିଟ ଗ୍ୟାସରେ ବସାଇବା ପରେ ଏଥିରେ କ୍ରିମ ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରେଶମୀ ପନୀର ।

Comments are closed.