ନିର୍ମାଣ ହେବ ୮୦ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର ‘ଜଲୱା’ର ରିମେକ୍‍

ମୁମ୍ବଇ : ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ପଙ୍କଜ ପରାଶରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଜଲୱା’ର ରିମେକ୍‍ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି। ୧୯୮୭ ମସିହାରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ‘ଦି କପିଲ୍‍ ଶର୍ମା ଶୋ’ରେ ବିଚାରପତି ଭାବେ ନଜର ଆସୁଥିବା ଅର୍ଚ୍ଚନା ପୂରଣ ସିଂହ ନାୟିକା ଭାବେ ବଡ଼ ପରଦାରେ ଏଣ୍ଟ୍ରି କରିଥିଲେ। ଏଥିରେ ନସୀରୁଦ୍ଦିନ ଶାହ ନାୟକ ଭୂମିକାରେ ଅଭିନୟ କରିଥିଲେ। ପଙ୍କଜ କପୁର ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିିକାରେ ନଜର ଆସିଥିଲେ। ସେହି ସମୟରେ ଚଳଚ୍ଚିତ୍ର ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା। ଚଳଚ୍ଚିତ୍ରର ଗୀତଗୁଡ଼ିକ ମଧ୍ୟ ଖୁବ୍‍ ଆକର୍ଷଣୀୟ ହୋଇଥିଲା। ଖାସ୍‍ କରି ପ୍ରସିଦ୍ଧ ପପ୍‍ ଗାୟକ ରେମୋ ଫର୍ଣ୍ଣାଣ୍ଡିସ୍‍ ଗାଇଥିବା ‘ଦେଖୋ ଦେଖୋ ୟେ ହୈ ଜଲୱା’ ଗୀତଟି ଦର୍ଶକଙ୍କୁ ବେଶ୍‍ ପସନ୍ଦ ଆସିଥିଲା। ଏହାର ରିମେକ୍‍ ନିର୍ମାଣ କରିବାକୁ ଯାଉଥିବା ନିର୍ମାତା ଖାସ୍‍ କରି ଏହି ଗୀତର ରାଇଟ୍‍ସ ଅଲଗା କିଣିଛନ୍ତି। ତେବେ ରିମେକ୍‌ରେ କେଉଁ ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ କିମ୍ବା ଶୁଟିଂ ଆଦିକୁ ନେଇ କୌଣସି ତଥ୍ୟ ମିଳିପାରି ନାହିଁ।

Comments are closed.