ଆପ୍‍ ଜିତିବ ପଞ୍ଜାବ ବାଜି !

ଚଣ୍ଡିଗଡ଼: ପଞ୍ଜାବରେ କିଏ ଗଢ଼ିବ ସରକାର ? ହେବ କି କଂଗ୍ରେସର ପତନ ? ପଞ୍ଜାବକୁ ନେଇ ଏକ ବଡ଼ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେରେ ଆଶ୍ଚର୍ୟ୍ୟଜନକ ଖବର ଲୋକଙ୍କ ସାମ୍ନାକୁ ଆଣିଛି । ପଞ୍ଜାବରେ କଂଗ୍ରେସ ବଦଳରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ଜାଣିବାକୁ ମିଳିଛି । ସର୍ଭେରୁ ଜଣାପଡିଛି ଯେ ପଞ୍ଜାବର ଲୋକମାନେ କଂଗ୍ରେସ ଉପରେ ଖୁସି ନାହାନ୍ତି ଅଥବା କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିପାରି ନାହାନ୍ତି । ପଞ୍ଜାବର ୬୬ ପ୍ରତିଶତ ଲୋକ ଚାହୁଁଛନ୍ତି ପଞ୍ଜାବରେ ସରକାର ପରିବର୍ତ୍ତନ ହେଉ । ୩୪ ପ୍ରତିଶତ ଲୋକ ଚାହୁଁଛନ୍ତି ସରକାର ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ଗତଥର ପଞ୍ଜାବରେ କଂଗ୍ରେସ ୭୭ ଟି ଆସନ ଜିତିଥିଲା, ହେଲେ ଆସନ୍ତା ନିର୍ବାଚନରେ ପଞ୍ଜାବବାସୀ କିଛି ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି ।

ତେବେ ଏବିପିର ରିପୋର୍ଟ ଅନୁଯାୟୀ ଆସନ୍ତୁ ଦେଖିବା କୁାହାକୁ ମିଳିଛି କେତେ ସମର୍ଥନ ?
ଆପ୍‍ – ୩୨%
କଂଗ୍ରେସ -୨୭%
ଅକାଳୀ ଦଳ – ୧୧%
ତେବେ ଏଠାରେ କହିରଖିବୁ ଯେ, ପଞ୍ଜାବରେ ୨୧ ପ୍ରତିଶତ ଭୋଟର ଅଛନ୍ତି ଯେଉଁମାନେ କେଉଁ ଦଳକୁ ଭୋଟ ଦେବେ ସ୍ଥିର କରିନାହାନ୍ତି । ସେବାନଙ୍କ କହିବା ଅନୁସାରେ ନିର୍ବାଚନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ।

Comments are closed.