ଗୁପଚୁପରରେ ଦୋକାନୀ ମିଶାଉଥିଲେ ଶୌଚାଳୟ ପାଣି

କୋହ୍ଲାପୁର : ଖାଦ୍ୟପେୟ ଜିନିଷରେ ଅନେକ ଜିନିଷ ମିଶାଯାଏ ବୋଲି ଶୁଣିଥିବେ। ମାତ୍ର ଅନେକ ସମୟରେ ତାହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ସେଭଳି ଗୁପଚୁପର ନାଁ ଶୁଣିବା ମାତ୍ରେ ସଭିଁଙ୍କ ପାଟିରେ ପାଣି ଆସିଯାଏ। ମାତ୍ର ଏବେ ଗୁପଚୁପକୁ ନେଇ ଏଭଳି ଏକ ଭିଡ଼ିଓ ଭେଇରାଲ ହେଉଛି, ଯାହାକୁ ଦେଖିବା ପରେ ଗୁପଚୁପ ଖାଇବା ପୂର୍ବରୁ ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେବ।
ମହାରାଷ୍ଟ୍ରର କୋହ୍ଲାପୁର ଜିଲାରେ ଜଣେ ଗୁପଚୁପ ବିକାଳୀ ଗୁପଚୁପର ମସଲା ପାଣିରେ ଶୌଚାଳୟ ପାଣି ମିଶାଉଥିବା ଅବସ୍ଥାରେ ଧରାପଡିଥିବା ନେଇ ଗତକାଲି ଜଣାପଡ଼ିଛି। ଲୋକଟିର ଏହି କାର୍ଯ୍ୟ ନିକଟରେ ଥିବା ସିସିଟିଭରେ ରେକର୍ଡ ହୋଇଛି। ଏହାସହ ଗୁପଚୁପରେ ମିଶାଯାଉଥିବା ଏହି ଅପରିଷ୍କାର ପାଣି ସମୟର ଭିଡିଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ଏହାସହ ଏହି ଗୁପଚୁପ ବ୍ରିକେତା ଜଣଙ୍କ ନିଜ ଗୁପଚୁପର ସ୍ୱାଦ ପାଇଁ ସହରରେ ଖୁବ ଚର୍ଚ୍ଚିତ ଥିଲେ। ମାତ୍ର ଯେଉଁ ସମୟରେ ସ୍ଥାନୀୟଲୋକେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଓ ଭିଡିଓରେ ଶୌଚାଳୟର ପାଣି ଗୁପଚୁପରେ ମିଶାଉଥିବା ଦେଖିବାକୁ ପାଇଥିଲେ , ସ୍ଥାନୀୟଲୋକେ ଉକ୍ତ ବିକ୍ରେତାଙ୍କର ଗୁପଚୁପ ଗାଡ଼ି ଭାଙ୍ଗି ଦେଇଥିଲେ ବୋଲି ସୂଚନା ମିଳିଛି।

Comments are closed.